ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ଶୁକ୍ରବାର ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି। ଯୁବକ ଜଣକ ରୋମାନିଆର ନାଗରିକ ହୋଇଥିବା ଜଣାପଡିଛି। ଖବର ପାଇ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଘଣ୍ଟାଏ ଅଟକ ରଖି ପଚରାଉଚରା ପରେ ଛାଡ଼ି ଦେଇଛି। ଅନ୍ୟପକ୍ଷେ ମନ୍ଦିର ସୁରକ୍ଷାକୁ ନେଇ ପୁଣି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..