ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି। ପୂର୍ବ ସରକାର ଥଇଥାନ ଓ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦେଇଥିବା ମଠକୁ ପୁନଃ ନିର୍ମାଣ କରାଯିବ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ ଅଞ୍ଚଳ କିମ୍ବା ସ୍ଥାନରେ ହେବ ସମସ୍ତ ମଠର ବିଜେ ସ୍ଥଳି ଓ କୋଠାରୀ। ଏହା ଫଳରେ ମନ୍ଦିର ନୀତିକାନ୍ତି ସମ୍ପନ୍ନ କରିବା ସହଜ ହେବ। ଏନେଇ ସରକାର ଦେବୋତ୍ତର ବିଭାଗ ମୁଖ୍ୟଙ୍କ ସହ ଦୁଇଥର ବୈଠକ କରିସାରିଛନ୍ତି। ଏଥିସହ ସମସ୍ତ ମଠ ମୁଖ୍ୟ, ଜିଲାପାଳ, ମନ୍ଦିର ପ୍ରଶାସକ, ପରିଚାଳନା କମିଟି ସହ ମଧ୍ୟ ଆଲୋଚନା ହୋଇସାରିଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..