ରିପୋର୍ଟ କାର୍ଡ / କୋରାପୁଟ
ଟ୍ରାକ୍ରୁ ଖସିଲା ମାଲବାହୀ ଟ୍ରେନ୍ର ୨୫ ୱାଗନ୍। ବୁଧବାର ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲ୍ରେ ୱାଗନ୍ ଖସି ପଡିଛି। ମାଲବାହୀ ଟ୍ରେନ୍ଟି କୋରାପୁଟରୁ ବିଶାଖାପାଟଣା ଯାଉଥିଲା। ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜରର ଗତିପଥ ପରିବର୍ତ୍ତନ କରାଯାଇଛି। ଖବର ପାଇ ରେଳ ବିଭାଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ଟ୍ରେନ୍ଟି ବିଜୟୱାଡା ଯାଉଥିଲା।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……