ରିପୋର୍ଟ କାର୍ଡ / ଛତିଶଗଡ
ନକ୍ସଲ ମୁକ୍ତ ହୋଇଛି ବସ୍ତର । ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ଛତିଶଗଡର ବସ୍ତରକୁ ବାଦ ଦିଆଯାଇଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଦେଶର କେବଳ ୧୮ଟି ଜିଲାକୁ ମାଓ ଗତିବିଧି ନେଇ ଦର୍ଶାଯାଇଛି । ତାଲିକାରେ ଛତିଶଗଡର ୬ଟି ଜିଲ୍ଲା ରହିଛି । ସବୁଠୁ ବଡ କଥା ହେଲା ବସ୍ତର ଓ କୋଣ୍ଡଗାଁ ମାଓଗଡ ଭାବେ ପରିଚିତ ଥିବାରୁ ଏବେ ଏହି ତାଲିକାରୁ ବାଦ ଦିଆଯାଇଛି । ଅର୍ଥାତ ଏହି ଅଞ୍ଚଳ ଏବେ ମାଓ ମୁକ୍ତ ହୋଇଛି । ୮୦ଦଶକରୁ ମାଓଗଡ ଭାବେ ପରିଚିତ ଥିଲା ବସ୍ତର । ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ର ସରାକର ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ପରେ ଭୁଷଶୁଡିଛି ମାଓଗଡ । ଗତ ସପ୍ତାହରେ ଛତିଶଗଡର ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୭ମାଓବାଦୀ ନିହତ ହେବା ସହ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ବାସବରାଜୁର ମୃତ୍ୟୁ ହୋଇଥିଲା ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……