ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ବୁଧବାର ମଧ୍ୟପ୍ରଦେଶର ଚିତ୍ରକୂଟ ସ୍ଥିତ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଆଶ୍ରମ ପରିଦର୍ଶନ କରି ତାଙ୍କର ଆଶୀର୍ବାଦ ଲୋଡିଛନ୍ତି। ତେବେ କୌତୂହଳର ପ୍ରସଙ୍ଗ ହେଉଛି ଏହି ସମୟରେ ରାମଭଦ୍ରାଚାର୍ଯ୍ୟ ଗୁରୁ ଦକ୍ଷିଣା ବାବଦକୁ ଜେନେରାଲ ଦ୍ବିବେଦୀଙ୍କ ନିକଟରୁ ପିଓକେ (ପାକ୍ ଅଧିକୃତ କାଶ୍ମୀର) ଦାବି କରିଥିବା ଜଣାପଡିଛି। ଏହି ଅବସରରେ ଜେନେରାଲ ଦ୍ବିବେଦୀ ଆଶ୍ରମର ସାଧୁ ଓ ଅନ୍ତେବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମେ’ ୭ରେ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ବର୍ତ୍ତମାନ ସ୍ଥଗିତ ରହିଥିବାବେଳେ ମାନସିକ ଶାନ୍ତି ପାଇବାକୁ ସେ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିଥିବା ସ୍ଥଳ ସେନାଧ୍ୟକ୍ଷ କହିଛନ୍ତି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..