ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଖଣି ମାମଲାର ରଫାଦଫା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ଲକ୍ଷର ଡିଲ୍ ହୋଇଥିଲା, ସେଥିରୁ ପ୍ରଥମେ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ପ୍ରଥମେ ୨୦ଲକ୍ଷ ଟଙ୍କା ଓ ପରେ ୩୦ଲକ୍ଷ ଟଙ୍କା ଦେବାର ଯୋଜନା ରହିଥିଲା ।ଜଣେ ବ୍ୟବସାୟୀଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଥିବା ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଲାଞ୍ଚ ନେବା ଘଟଣା ବେଶ ଚର୍ଚ୍ଚା ହୋଇଛି । ଚିନ୍ତନଙ୍କୁ ଗୁରୁବାର ଦିନ ପଚରାଉଚରା କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଏହାପରେ ଚିନ୍ତନଙ୍କୁ କୋର୍ଟ ଚାଲାଣ କରାଯାଇପାରେ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..