ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି । ଆମେରିକାରେ କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ବେପରୁଆ ନିଷ୍ପତ୍ତି ବିଶ୍ୱ ସ୍ତରରେ ଅଶାନ୍ତି ସୃଷ୍ଟି କରିଥିବା ବେଳେ ଏବଂ ଏପରି ସମୟରେ ବିଶ୍ୱର ସମସ୍ତ ସମସ୍ୟାଗ୍ରସ୍ତ ଦେଶ ସେମାନଙ୍କର ନୂତନ ବିଶ୍ୱ ନେତାଙ୍କୁ ଖୋଜୁଛନ୍ତି। ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ, ଶାନ୍ତି ଏବଂ ବିକାଶ ସପକ୍ଷରେ ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି। ତେଣୁ, ଭାରତର ପାରମ୍ପରିକ ଏବଂ ଘନିଷ୍ଠ ବନ୍ଧୁ ରୁଷ ବିଶ୍ୱର ଏହି ୩ ଶକ୍ତିଶାଳୀ ଦେଶର ଶକ୍ତିକୁ ଏକାଠି କରିବା ବିଷୟରେ ଏକ ବିବୃତ୍ତି ଦେଇ ଆମେରିକାର ଆଚରଣରେ ବିତସ୍ପୃହ ଦେଶମାନଙ୍କୁ ଋଷର ଶିବିରକୁ ଆସିବାକୁ ପରୋକ୍ଷ ଆମନ୍ତ୍ରଣ ଦେଇଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..