ରିପୋର୍ଟ କାର୍ଡ / ଭୁବନେଶ୍ବର
ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି | ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ କରାଯାଉଛି।






More Stories
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..