ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷରେ ଏକ ଟ୍ରେନ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନଟି ୟୁକ୍ରେନ ସୀମାନ୍ତ କ୍ଲିମୋଭୋ ସହରରୁ ରାଜଧାନୀ ମସ୍କୋକୁ ଯାତ୍ରା କରୁଥିଲା। ପିଲଶିନୋ ଏବଂ ଭିଗୋନିଚି ଷ୍ଟେସନ ମଧ୍ୟରେ ରେଳଧାରଣା ଉପରେ ହଠାତ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ସେହି ରାସ୍ତାରେ ଯାଉଥିବା ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବ୍ରାୟାନ୍ସ୍କ ପ୍ରଦେଶ ଗଭର୍ଣ୍ଣର ଆଲେକଜାଣ୍ଡର ବୋଗୋମାଜ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ୭ ଜଣଙ୍କ ଜୀବନ ହାନି ହୋଇଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..