Report Card Odisha

| Daily Odia News

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ…..

ରିପୋର୍ଟ କାର୍ଡ / ଉଦଳା

ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କରିଛନ୍ତି। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ବେଆଇନ ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ବାହାରୁଥିବା ବେଳେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କେତେଜଣ ମାଫିଆ ତାଙ୍କୁ ଅଟକାଇ ଧମକ ଦେଇଥିଲେ। ସେଠାରୁ ଅତିରିକ୍ତ ତହସିଲଦାର ମାଝୀ ବାହାରି କପ୍ତିପଦା ଥାନାକୁ ଆସୁଥିବା ବେଳେ ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ଗାଡିକୁ ଇଟା ଏବଂ ପଥର ମାଡ଼ କରି ଭାଙ୍ଗି ଦେଇଥିଲେ। ପରେ ତାଙ୍କ କଲର ଧରି ଘୋଷାରିବା ସହିତ ମାଡ଼ ମାରିଥିଲେ। ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇ ମାଫିଆମାନେ ଫେରାର ହୋଇଯାଇଥିଲେ। ଜୀବନ ପ୍ରତି ବିପଦ ଥିବା ଜାଣି ଥାନାକୁ ଆସିଥିବା ବେଳେ ଥାନା ଗେଟ ବନ୍ଦ ଥିବାରୁ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବା ଅତିରିକ୍ତ ତହସିଲଦାର ମାଝି କହିଛନ୍ତି।

Breaking News