ରିପୋର୍ଟ କାର୍ଡ / ପୁରୀ
ପୁରୀ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖ ସମେତ ସହରର ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରାଯାଉଛି। ବ୍ୟବସାୟୀମାନେ ଓଜନରେ ମଧ୍ୟ ଠକୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ଚେତିଛି। ପୁରୀ ଏସ୍ପି ବିନିତ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ, ସିଂହଦ୍ୱାର ଥାନା ଅଞ୍ଚଳରେ ସମ୍ପୃକ୍ତ ଭକ୍ତଙ୍କୁ ଠକିଥିବା ଖଜା ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ପୋଲିସ ପକ୍ଷରୁ ଆହ୍ବାନ କରାଯାଉଛି ଯେ, ପୁରୀକୁ ଆସୁଥିବା ଭକ୍ତଙ୍କ ସହ ଠକାମି କରନ୍ତୁ ନାହିଁ। ରାସ୍ତାପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କ ଉପରେ ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ୍ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେହିପରି ଜିଲ୍ଲାପାଳ ସିଦ୍ଧାଥ ଶଙ୍କର ସ୍ବାଇଁ କହିଛନ୍ତି, ଶ୍ରୀମନ୍ଦିରରେ ସୁଆର ମହାସୁଆର ସେବାୟତମାନେ ଖଜା ମହାପ୍ରସାଦକୁ ପ୍ରସ୍ତୁତ କରିଥାନ୍ତି। ମନ୍ଦିର ଭିତରରେ ଉକ୍ତ ଖଜା ମହାପ୍ରସାଦ ମିଳେ। ତେବେ ବଡଦାଣ୍ଡରେ ଯେଉଁ ଖଜା ମିଳୁଛି ତାହା ମହାପ୍ରସାଦ ନୁହେଁ। ଖଜା ବ୍ୟବସାୟୀ ଠକେଇ କରିବା ଘଟଣାରେ ପ୍ରତ୍ୟେକ ବିଭାଗକୁ ସୂଚନା ଦିଆଯାଇଛି। ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେହିପରି ପୁରୀ ସିଟି ଲେବୁଲରେ ଯେଉଁ ସ୍କାଡ ରହିଛି ତାଙ୍କୁ ସଚେତନ କରାଯାଇଛି। ମଝିରେ ମଝିରେ ଯେଉଁ ବ୍ୟବସାୟୀ ନିୟମ ଉଲଘନ କରୁଛନ୍ତି ତାହା ଉପରେ ନଜର ରଖିବେ। ସେହିପରି ଜଏଣ୍ଟ ସ୍କାଡ୍କୁ ଚେକିଂ ଜୋରଜାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କିଛି ଖଜାଭାଟି ପରିମିଶନ ନେଇ ଆଇନ ଅନୁଯାୟୀ ଭଲ ଭାବେ ଖଜା ପ୍ରସ୍ତୁତ କରୁଛନ୍ତି। ମାତ୍ର ନଜରକୁ ଆସିଛି କିଛି ବ୍ୟକ୍ତି ବେଆଇନ ଭାବେ ଖଜା ଭାଟି ନିର୍ମାଣ କରି ବେଆଇନ ଭାବରେ ଖଜା ବ୍ୟବସାୟ କରୁଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।






More Stories
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ସିଧା ଏନକାଉଣ୍ଟର…..
OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା…..