Report Card Odisha

| Daily Odia News

ଜ୍ଞାନୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ପର ଧନରେ ଧନାଢ଼୍ୟ ହେବେ। ଯୁବତୀମାନଙ୍କର ମନୋରଞ୍ଜନକାରୀ ହୋଇପାରନ୍ତି। ରସିକତା ଦେଖା ଦେବ। ଭାଷା ମାର୍ଜିତ ହେବ। ସରକାରୀ ସ୍ଥରରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।


ବୃଷ: ତ୍ୟାଗଶୀଳ ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। କର୍ମଚଞ୍ଚଳ ରହିବେ। ସୁଖୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।


ମିଥୁନ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ଖାଦ୍ୟ, ପାନୀୟ ରୁଚିକର, ପୁଷ୍ଟିଯୁକ୍ତ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ସମଜାସେବା ପ୍ରତି ମନ ବଳାଇବେ।


କର୍କଟ: ବିବାଦୀୟ ବିତର୍କରୁ ଓହରି ଆସି କେବଳ ନିରବ ଦର୍ଶକ ସାଜି ପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।


ସିଂହ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ପରୋପକାରୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କରିତ୍‌କର୍ମା ହେବେ।


କନ୍ୟା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଏପରିକି ରାଜକୋଷରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମ କୁଶଳୀ ହୋଇପାରନ୍ତି।


ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଆଶ୍ରିତମାନଙ୍କର ସମ୍ମାନସ୍ପଦ ହେବେ। ପ୍ରତିଯୋଗିତାରେ କୃିତିତ୍ବ ଅର୍ଜନ କରିବେ।


ବିଛା: ପ୍ରତିଶୋଧ ପରାୟଣ ନ ହୋଇ ବିରୋଧୀଙ୍କୁ ହସ, ଖୁସି କଥା କହି କରାୟତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କ ହେବାକୁ ପଡ଼ିବ। ସୁସ୍ଥ ରହିବେ।


ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ଅଛି। ବହୁ ସୁଖକର ଘଟଣାମାନ ଘଟିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ। ଜ୍ଞାନୀ ହେବେ।


ମକର: ଭ୍ରାତୃତ୍ବର ନିବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ସାହାସୀ ହେବେ। ଧର୍ମ କାର୍ଯ୍ୟ କରିପାରନ୍ତି।


କୁମ୍ଭ: ଶାସ୍ତ୍ରାଦି ପଠନରେ ମନୋନିବେଶ କରିପାରନ୍ତି; ଚିନ୍ତାଶୀଳ ହେବେ। ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ସନ୍ମାର୍ଗୀ ହେବେ। ଭବିଷ୍ୟତ ଉଜ୍ଜ୍ବଳମୟ ହେବ।


ମୀନ: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦିତ କରି ଉଚିତ ପ୍ରାପ୍ୟ ହାସଲ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ।

Breaking News