ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଘଟିଥିବା ବଡ଼ ଧରଣର ବିମାନ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଇଛି। ଦୁର୍ଘଟଣାର ଶିକାର ଏୟାରଇଣ୍ଡିଆର ଏହି ବିମାନରେ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କୁ ମିଶାଇ ୨୪୨ ଜଣ ଥିବାବେଳେ ୨୪୧ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଟାଟା ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି। ଏୟାରଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତରେ ରହିଥିବାରୁ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ଟାଟା ବହନ କରିବ। ସେହିପରି ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ହୋଇଥିବା କୋଠାର ପୁନଃନିର୍ମାଣ କରାଯିବା ନେଇ ମଧ୍ୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..