ରିପୋର୍ଟ କାର୍ଡ / ବାଲେଶ୍ୱର
କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧ କେଜି ୫୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଶେଖ ମୁନାଫ ହୁସେନ୍ ଓ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ଗାଁରେ । ବିଶେଷ ସୂତ୍ରରୁ ଖବର ପାଇଁ ଲକ୍ଷ୍ଣଣାନାଥ ତନଖି ଫାଟକ ନିକଟରେ ଡେରା ପକାଇଥିଲା ଏସଟିଏଫ୍ । ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ମିଳିଥିଲା । ଅଧିକ ତଥ୍ୟ ପାଇଁ ଗିରଫ ଯୁବକଙ୍କୁ ପଚରାଉଚରା ଚାଲିଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..