ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିମେଣ୍ଟର ଅନ୍ୟତମ ସହଯୋଗୀ ଆମ୍ ଆଦମୀ ପାର୍ଟି (ଆପ୍) ବିହାର ବିଧାନସଭା ନିର୍ବାଚନରେ ଏକୁଟିଆ ଲଢ଼ିବ ବୋଲି ସ୍ପଷ୍ଟ କରିଛି। ଆପ୍ର ଆବାହକ ସୌରଭ ଭରଦ୍ବାଜ ବୁଧବାର ପାଟନା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଏକୁଟିଆ ଲଢ଼ିବ ବୋଲି କହିଛନ୍ତି। ସମସ୍ତ ୨୪୩ ଆସନରେ ଦଳ ପାର୍ଥୀ ଦେବ ବୋଲି ଘୋଷଣା କରିବା ସହ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାରଦ୍ବାଜ କହିଛନ୍ତି, ତାଙ୍କ ଦଳର ବିହାର ପ୍ରଭାରୀ ରାକେଶ ଯାଦବ ଇତିମଧ୍ୟରେ ୭ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ କରିସାରିଛନ୍ତି। ଏହାକୁ ବିହାର ଜନତାଙ୍କ ବିପୁଳ ସମର୍ଥନ ମିଳୁଛି।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..