Report Card Odisha

| Daily Odia News

ବିମାନ ଦୁର୍ଘଟଣାରେ ଲୁହା ଜଳିଗଲା, ହେଲେ ସୁରକ୍ଷିତ ଭଗବତ ଗୀତା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିମାନ ଦୁର୍ଘଟଣାରେ ଯେତେବେଳେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ଆଉ ୨୬୫ ଜୀବନ ଚାଲିଯାଇଛି । ସେଥିରୁ ଅନୁମାନ କରନ୍ତୁ ଦୁର୍ଘଟଣା କେତେ ଭୟାନକ ହୋଇଥିବ । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତିଯିବା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି ଯେତେବେଳେ କୁହାଯାଉଛି । ଠିକ୍ ସେତିକି ବେଳେ ଆଉ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ବିମାନ ଦୁର୍ଘଟଣା ପରେ ବିସ୍ଫୋରଣରେ ସବୁକିଛି ଜଳିଗଲା, ଜୀବନ, ବିମାନ| ଏମିତି କି ନିଆଁର ଆଁରେ ଲୁହା ସୁଦ୍ଧା ବି ତରଳି ଗଲା ହେଲେ ପବିତ୍ର ଭଗବତ ଗୀତାର କିଛି ବି ହୋଇନି । ନିଆଁରେ ଗୀତା ବହି ଜଳିନି ବରଂ ସେମିତି ଅକ୍ଷତ ଅବସ୍ଥାରେ ରହିଛି । ଯାହା ପଢିବା ଯୋଗ୍ୟ ମଧ୍ଯ ।ଦୁର୍ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ ଏହି ଭଗବତ ଗୀତାକୁ ପାଇଥିବା ବେଳେ କେହି ଯାତ୍ରୀ ହୁଏତ ଭଗବତ ଗୀତାକୁ ନେଇ ଅହମଦାବାଦରୁ ଲଣ୍ଡନ ଯାଉଥିଲେ । ଦେଖନ୍ତୁ ସେ ଯାତ୍ରୀ ଜଳିଗଲେ କିନ୍ତୁ ଜଳିଲାନି ଭଗବତ ଗୀତା । ଏତେବଡ ଦୁର୍ଘଟଣାରେ ଭଗବତ ଗୀତା ଅକ୍ଷତ ଭାବେ ମିଳିବା ଘଟଣାକୁ କେହି କେହି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ରମେଶଙ୍କର ବି ହୋଇଥାଇପାରେ ବୋଲି କହୁଛନ୍ତି । ମାତ୍ର ସ୍ପଷ୍ଟ ହୋଇନି ଭଗବତ ଗୀତାକୁ କେଉଁ ଯାତ୍ରୀ ନେଇ ଯାତ୍ରା କରୁଥିଲେ । ହେଲେ ଏଭଳି ନିଆଁରୁ ଭଗବତ ଗୀତା ବର୍ତ୍ତିଯିବା ଧାର୍ମିକ ଚେତନାକୁ ଓ ଭାବାବେଗକୁ ଆହୁରି ମଜବୁତ କରିଛି ।

Breaking News