ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାୟା ମେଲାଉଛି କରୋନା । ହୁହୁ ହୋଇ ବଢୁଛି ସଂକ୍ରମଣ। କରୋନାକୁ ଆଖି ଆଗରେ ରଖି ପଞ୍ଜାବ ସରକାର ଜାରି କରିଛନ୍ତି ଗାଇଡଲାଇନ୍ ।ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଥିବା ବେଳେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି । ଭିଡ ସ୍ଥାନରେ ମାସ୍କା ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ବ୍ୟକ୍ତିଗତ ସ୍ତରରେ ଲୋକେ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର । ଯଦିଓ ପଞ୍ଜାବରେ ଲକଡାଉନ ସଟଡାଉନ ଭଳି କୌଣସି ପରିସ୍ଥିତି ଉପୁଜିନି ତଥାପି ସଂକ୍ରମଣ ଯଦି ବଢେ ତାହାଲେ ଆଗାମୀ ଦିନରେ ଏପରି ପଦକ୍ଷେପ ନିଯାଇପାରେ ବୋଲି ସରକାର କହିଛନ୍ତି । ସେପଟେ ଦେଶରେ ୭୪୦୦ କରୋନା ସକ୍ରିୟ ମାମଲା ଥିବା ବେଳେ ଗୁଜୁରାଟରେ ସବୁଠାରୁ ଅଧିକ ସଂକ୍ରମିତ ଅଛନ୍ତି । ଗୁଜୁଟାରରେ ୧୪୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……