ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅମରନାଥ ଯାତ୍ରା ଲାଗି ଉଦ୍ଦିଷ୍ଟ ଦୁଇଟି ରାସ୍ତାକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। ଯାତ୍ରା ପାଇଁ ଚିହ୍ନଟ ଦୁଇଟି ରାସ୍ତା ହେଲା ପହଲଗାଓଁ (୪୬ କିମି) ଓ ବାଲତାଲ୍ (୧୪ କିମି)। ଜୁଲାଇ ୧ରୁ ଏହି ଦୁଇ ରାସ୍ତା ଉପରେ କୌଣସି ପ୍ରକାର ଡ୍ରୋନ, ବିମାନ, ହେଲିକପ୍ଟର ଆଦି ଉଡାଣ କରିପାରିବ ନାହିଁ। ରାସ୍ତା ଉପରେ ଯଦି କୌଣସି ପ୍ରକାର ଉଡନ୍ତା ଯାନ ବା ବସ୍ତୁକୁ ଦେଖିବାକୁ ମିଳେ ତେବେ ଏହାକୁ ଗୁଳିକରି ଖସାଇ ଦେବାକୁ ସୁରକ୍ଷାବାହିନୀକୁ ନିର୍ଦେଶ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ଜାମ୍ମୁ-କାଶ୍ମୀର ପୁଲିସ, ସିଆରପିଏଫ୍, ବିଏସ୍ଏଫ୍ ଓ ସ୍ଥଳ ସେନାକୁ ଅବଗତ କରାଯାଇଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଅମରନାଥ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..