ରିପୋର୍ଟ କାର୍ଡ / ଭୁବନେଶ୍ବର
କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲଟୁନ ପୋଲିସ ଫୋର୍ସ ଏବଂ ବଡ଼ ବଡ଼ ପୋଲିସ ଅଧିକାରିଙ୍କୁ ନିୟୋଜିତ କରାଯାଉଛି।
ପୁରୀରେ ରଥଯାତ୍ରା ପାଇଁ ଯେତିକି ପୋଲିସ ଆବଶ୍ୟକ ସେତିକି ପୋଲିସ ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମାଳ ମାଳ ପୋଲିସ ନିୟୋଜିତ କରାଯାଉଛି। ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯାତନା ବଢିଚାଲିଛି, ଏଭଳି କ୍ଷତ୍ରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କଣ ବାର୍ତ୍ତା ବହନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ରାଜ୍ୟର ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵର ସହ ନେଉଛନ୍ତି ତେବେ ନାରୀ ନିର୍ଯାତନା ଏବଂ ହଇଜା ଉପରେ ଭାଷଣ ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି |ଗୋପାଳପୁର, କେନ୍ଦୁଝର ଏବଂ ଯାଜପୁରକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବେ କି ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି
More Stories
ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ…..
ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ,ତ୍ରୁଟିଶୂନ୍ୟ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ…..
ପ୍ରଧାନମନ୍ତ୍ରୀଙ୍କ ଗସ୍ତ; ରାଜଧାନୀରେ ଦ୍ୱିତୀୟାର୍ଦ୍ଧରେ ସରକାରୀ କାର୍ଯ୍ୟାଳୟ ବନ୍ଦ…..