ରିପୋର୍ଟ କାର୍ଡ / ଭୁବନେଶ୍ବର
କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲଟୁନ ପୋଲିସ ଫୋର୍ସ ଏବଂ ବଡ଼ ବଡ଼ ପୋଲିସ ଅଧିକାରିଙ୍କୁ ନିୟୋଜିତ କରାଯାଉଛି।
ପୁରୀରେ ରଥଯାତ୍ରା ପାଇଁ ଯେତିକି ପୋଲିସ ଆବଶ୍ୟକ ସେତିକି ପୋଲିସ ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମାଳ ମାଳ ପୋଲିସ ନିୟୋଜିତ କରାଯାଉଛି। ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯାତନା ବଢିଚାଲିଛି, ଏଭଳି କ୍ଷତ୍ରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କଣ ବାର୍ତ୍ତା ବହନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ରାଜ୍ୟର ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵର ସହ ନେଉଛନ୍ତି ତେବେ ନାରୀ ନିର୍ଯାତନା ଏବଂ ହଇଜା ଉପରେ ଭାଷଣ ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି |ଗୋପାଳପୁର, କେନ୍ଦୁଝର ଏବଂ ଯାଜପୁରକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବେ କି ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି






More Stories
ଆସିଲା ବିୟୁଟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ…..
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..