ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିମାନ ଦୁର୍ଘଟଣା କରାଇଦେବାକୁ ଧମକ ଦେଇ ଗିରଫ ହୋଇଛନ୍ତି ଜଣେ ୩୬ ବର୍ଷୀୟା ମହିଳା ଡାକ୍ତର। ବେଙ୍ଗାଲୁରୁରୁ ସୁରତ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ଏଭଳି ଘଟିଛି। ମହିଳାଙ୍କ ଏପରି କାଣ୍ଡ ଯୋଗୁ ବିମାନ ଉଡ଼ାଣ ୨ ଘଣ୍ଟା ବିଳମ୍ବ ହୋଇଛି। ଅଭିଯୁକ୍ତ ମହିଳା ଡାକ୍ତର ଜଣକ ହେଉଛନ୍ତି ବ୍ୟାସ ହିରାଲ ମୋହନଭାଇ।ପୋଲିସ ସୂଚନା ଅନୁସାରେ, ହିରାଲ ଯାଞ୍ଚ କାଉଣ୍ଟରରେ ନିଜର ୨ଟି ବ୍ୟାଗ ଯାଞ୍ଚ ନ କରାଇ ଅନ୍ୟ ବାଟରେ ପ୍ରବେଶ କରିଥିଲେ। ବିମାନରେ ଚଢ଼ିବା ପରେ ସେ କ୍ରିଉ ସଦସ୍ୟଙ୍କୁ ତାଙ୍କ ବ୍ୟାଗ୍ଗୁଡ଼ିକୁ କ୍ରିଉ କ୍ୟାବିନ ଭିତରେ ରଖିବାକୁ କହିଥିଲେ। କିନ୍ତୁ କ୍ରିଉ କ୍ୟାବିନରେ ଯାତ୍ରୀଙ୍କ ବ୍ୟାଗ ରଖିବା ଉପରେ କଟକଣା ରହିଥିବାରୁ କ୍ରିଉ ସଦସ୍ୟ ମନା କରିଦେଇଥିଲେ। ଏହି କାରଣରୁ ହିରାଲ ଉତକ୍ଷିପ୍ତ ହୋଇ କ୍ରିଉ ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରିବା ସହ ବିମାନ ଦୁର୍ଘଟଣା କରାଇଦେବେ ବୋଲି ଧମକ ଦେଇଥିଲେ।ଏହା ପରେ କ୍ରିଉ ସଦସ୍ୟ ନିରାପତ୍ତା ଅଧିକାରୀଙ୍କ ଏ ସମ୍ପର୍କରେ ଅବଗତ କରାଇଥିଲେ। ଯାହାଫଳରେ ହିରାଲଙ୍କୁ ତୁରନ୍ତ ବିମାନରୁ ବାହାର କରାଯିବା ସହିତ ପରେ ଗିରଫ କରାଯାଇଥିଲା। ହିରାଲ ଜଣେ ଆୟୁର୍ବେଦିକ ଡାକ୍ତର ବୋଲି ଜଣାପଡ଼ିଛି।
More Stories
ଆମେରିକାର ଆବଶ୍ୟକତା ନାହିଁ…..
ସ୍ବୀକାର କଲେ ଟ୍ରମ୍ପ: ଯୁଦ୍ଧବିରତି ନିଷ୍ପତ୍ତି ନେଇଥିଲେ ଭାରତ-ପାକିସ୍ତାନ….
ଅପରେସନ ସିନ୍ଧୁ ଆରମ୍ଭ, ଫେରୁଛନ୍ତି ୧୧୦ ଭାରତୀୟ ଛାତ୍ର…….