ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ପାର୍ଟି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ବିଧାୟକଙ୍କୁ ବହିଷ୍କୃତ କରିଛି ସମାଜବାଦୀ ପାର୍ଟି । ବିଧାୟକ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଓ ମନୋଜ କୁମାର ପାଣ୍ଡେଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳର ମୁଖ୍ୟ ଅଖିଳେଶ ଯାଦବ ଏକ ନିର୍ଦ୍ଦେଶ ଜାରି କରି ୩ଜଣ ବିଧାୟକଙ୍କୁ ବହିଷ୍କାର କରିଛନ୍ତି । ଗତ ବର୍ଷ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁ ତିନି ଜଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା କୁହାଯାଇଛି । ଯଦିଓ ଦଳର ହାଇକମାଣ୍ଡ ତିନି ବିଧାୟକଙ୍କୁ ସେମାନଙ୍କ ଆଚରଣ ସୁଧାରିବା ପାଇଁ ସମୟ ଦେଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଉନ୍ନତି ହୋଇନଥିଲା, ତେଣୁ ଦଳ ସେମାନଙ୍କୁ ବାହାରର ରାସ୍ତା ଦେଖାଇଛି । ସପାରୁ ବହିଷ୍କୃତ ଅଭୟ ସିଂହ ଅଯୋଧ୍ୟାର ଗୋସାଇଗଞ୍ଜ ଆସନରୁ ବିଧାୟକ ଥିଲେ । ସେ ସମାଜବାଦୀ ପାର୍ଟିର ଶକ୍ତିଶାଳୀ ନେତା ଏବଂ ପୂର୍ବତନ ସାଂସଦ ମୁଖତାର ଅନସାରୀଙ୍କ ନିକଟତର ଥିଲେ ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..