Report Card Odisha

| Daily Odia News

ତୀରଥ ସିଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତକାଲି ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ | ଗୋଟିଏ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଗରୱାଲରୁ ଲୋକସଭା ସାଂସଦ ଥିବା ତୀରଥ ସିଂ ରାୱତ ରାଜ୍ୟ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଆଜି ଅପରାହ୍ନ ୪ଟାରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆଜି ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ପରେ ତ୍ରିବେନ୍ଦ୍ର ସିଂ ରାୱତ ଘୋଷଣା କରି କହିଛନ୍ତି ଯେ ତୀରଥ ସିଂ ରାୱତ ଉତ୍ତରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ଦାୟିତ୍ୱରେ ଥିବା ବିଜେପି ସାଧାରଣ ସଂପାଦକ ଦୁଷ୍ୟନ୍ତ କୁମାର ଗୌତମ ଏବଂ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ରମଣ ସିଂ ରାଜ୍ୟ ବିଜେପିରେ ବିଦ୍ରୋହ ସଂକ୍ରାନ୍ତ ରିପୋର୍ଟ କେନ୍ଦ୍ରୀୟ ନେତୃତ୍ୱକୁ ଦେବା ପରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଗତକାଲି ଶ୍ରୀ ରାୱତ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୭୦ ସଦସ୍ୟ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ୨୦୧୭ ନିର୍ବାଚନରେ ​​ବିଜେପି ୫୭ଟି ଆସନ ଓ କଂଗ୍ରେସ ମାତ୍ର ୧୧ଟି ଆସନ ଜିତିଥିଲା।

Breaking News