ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶାନ୍ତ ମହାସାଗରରେ ଜୁନ ମାସ ଆରମ୍ଭରେ ନିଆଁ ଲାଗିଥିବା ଏକ ମାଲବାହୀ ଜାହାଜ ବୁଡ଼ି ଯାଇଛି। ମର୍ଣ୍ଣିଂ ମିଡାସ୍ ନାମକ ଜାହାଜ ନିଆଁ ଲାଗିବା ପରେ ପରିତ୍ୟକ୍ତ ହୋଇଯାଇଥିଲା। ୨ ହଜାର ୧୦୦ଟି ଯାନବାହାନ ନେଇ ଯାଉଥିବା ଏହି ଜାହାଜରେ ୮୦୦ଟି ଇଲେକ୍ଟ୍ରିକ ଯାନ ମଧ୍ୟ ଥିଲା। ଜାହାଜ କମ୍ପାନୀ କହିଛି ଯେ ମାଲବାହୀ ଜାହାଜଟି ଜୁନ୍ ୨୩ ତାରିଖରେ ବୁଡ଼ି ଯାଇଥିଲା। ଜୋଡିଆକ୍ ମ୍ୟାରିଟାଇମ୍ ଏକ ବିବୃତ୍ତିରେ ଆହୁରି କହିଛି ଯେ ଖରାପ ପାଣିପାଗ ଯୋଗୁ ଅଗ୍ନିକାଣ୍ଡ ଜନିତ କ୍ଷତି ବୃଦ୍ଧି ପାଇଥିଲା ଓ ପରବର୍ତ୍ତୀ ସମୟରେ ଜାହାଜ ଭିତରେ ପାଣି ପଶିଯିବାରୁ ଏହା ବୁଡ଼ି ଯାଇଥିଲା।ଏହି ମାସର ଆରମ୍ଭରେ ମର୍ଣ୍ଣିଂ ମିଡାସ୍ ନାମକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା, ପ୍ରଥମେ ଇଲେକ୍ଟ୍ରିକ୍ ଯାନବାହନ ପରିବହନ କରୁଥିବା ଏକ ଡେକରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..