ରିପୋର୍ଟ କାର୍ଡ / ଭୁବନେଶ୍ବର
ମହାଶିବରାତ୍ରିରେ ଭୁବନେଶ୍ୱର ଲିଙ୍ଗରାଜ ଶୈବପୀଠରେ ଭକ୍ତ ଦୀପ ଜାଳିପାରିବେ। କିନ୍ତୁ କରୋନା କଟକଣା ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି । ପୂର୍ବରୁ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି । କେବଳ ଏତିକି ନୁହେଁ, ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗା ଯାଉଥିବା ବେଳେ ଏବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ତେବେ କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଆଡ଼ମ୍ବରପୂର୍ଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି । ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏସଆରସିଙ୍କ ଏହି ମାଗଦର୍ଶିକାରୁ ଏକାମ୍ର କ୍ଷେତ୍ରକୁ ବାଦ ଦିଆଯାଇଛି । ଏନେଇ ବିଏମ୍ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଥିଲେ ଯେ ଏକାମ୍ର କ୍ଷେତ୍ର ପାଇଁ ବିଏମସି ପକ୍ଷରୁ ପୂର୍ବରୁ ନିୟମ ଘୋଷଣା କରାଯାଇଛି । ଏପରିକି କୋଭିଡ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିିବେ ବୋଲି ନିଷ୍ପତ୍ତି ହୋଇଥିଲା । ମନ୍ଦିର ଭିତରେ ଓ ବାହାରେ ରାସ୍ତାରେ ଦୀପ ଜାଳିବାକୁ ଓ ଭିଡ଼ ନକରିବାକୁ କଟକଣା କରାଯିବ ବୋଲି କହିଥିଲେ ବିଏମସି ଅତିରିକ୍ତ କମିସନର । ତେବେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ ଓ ମାସ୍କ ବ୍ୟବହାର କରିବେ ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..