ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅପରେସନ ସିନ୍ଧୁ ଅଧୀନରେ ଇରାନରୁ ମୋଟ ତିନି ହଜାର ୧୫୪ ଜଣ ଭାରତୀୟ ନାଗରିକଙ୍କୁ ଭାରତ ଅଣାଯାଇଛି। ଆଜି ସନ୍ଧ୍ୟାରେ ଇରାନର ମାଶହାଦରୁ ୨୯୬ ଜଣ ଭାରତୀୟ ଏବଂ ଚାରି ଜଣ ନେପାଳୀ ନାଗରିକଙ୍କୁ ନେଇ ଏକ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଏହା ବ୍ୟତୀତ, ଅପରେସନ ସିନ୍ଧୁରେ ଏପର୍ଯ୍ୟନ୍ତ ମୋଟ ଆଠ ଶହ ୧୮ ଜଣ ଭାରତୀୟ ନାଗରିକ ଇସ୍ରାଏଲରୁ ସ୍ୱଦେଶ ଫେରିଛନ୍ତି। କେନ୍ଦ୍ର ଶ୍ରମ, ନିଯୁକ୍ତି ଏବଂ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଆଜି ଭାରତୀୟ ବାୟୁସେନା ବିମାନରେ ଇସ୍ରାଏଲରୁ ଭାରତ ଫେରିଥିବା ୨୨୪ ଜଣ ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତୀୟ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..