ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ବଡ ଆଶ୍ଵସ୍ତି ଦେଇଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ହୋଇଛି। ଯାହା ଆଜିଠାରୁ ଲାଗୁ ହୋଇଛି । ତେବେ ୧୪.୨ କି.ଗ୍ରା ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବା ରେଟ୍ କମିନାହିଁ । ଏହି ହ୍ରାସ ଲାଗୁ ହେବା ପରେ ଆଜି କୋଲକାତାରେ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା, ମୁମ୍ବାଇରେ ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କା, ଚେନ୍ନାଇରେ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ଏବଂ ଦିଲ୍ଲୀରେ ସଂଶୋଧିତ ଖୁଚୁରା ବିକ୍ରୟ ମୂଲ୍ୟ ଏବେ ପ୍ରତି ସିଲିଣ୍ଡର ୧,୬୬୫ ଟଙ୍କା ରହିଛି






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ପୁଣି ବଢ଼ିଲା ସୁନା ଦର…..