ରିପୋର୍ଟ କାର୍ଡ / ବିଜାପୁର
ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ମାଓବାଦୀ। ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ କୁଖ୍ୟାତ ମାଓବାଦୀ ସୋଢି କନ୍ନା ନିହତ ହୋଇଛି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ନିହତ ସୋଢି କନ୍ନା ମାଓବାଦୀଙ୍କ ସାମରିକ କମ୍ପାନୀର ଜଣେ ସ୍ନାଇପର ବୋଲି କୁହାଯାଉଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।






More Stories
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..
ରାଜ୍ୟ ସରକାରଙ୍କୁ ଜୋରିମାନା…..