ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମତଭେଦ ମଧ୍ୟରେ ଟେସ୍ଲା ମାଲିକ ଏଲନ ମସ୍କ ଆମେରିକା ପାର୍ଟି ନାମକ ଏକ ନୂତନ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟ୍ରମ୍ପ। ଏହାକୁ ଏକ ମୂର୍ଖତାପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଟ୍ରମ୍ପ। ଏଥିସହ ସେ କହିଛନ୍ତି, ଆମେରିକାରେ ଦୁଇ ଦଳୀୟ ପରମ୍ପରା ରହିଛି। ତେଣୁ ଏଠାରେ ତୃତୀୟ ଦଳ ଗଠନ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି, ‘‘ଆମେ ରିପବ୍ଲିକାନ୍ ପାର୍ଟି ସହିତ ବହୁତ ସଫଳତା ହାସଲ କରିଛୁ। ଏଠାରେ ସର୍ବଦା ଦୁଇ ଦଳୀୟ ବ୍ୟବସ୍ଥା ରହିଆସିଛି। ତୃତୀୟ ଦଳ ଗଠନ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ମସ୍କ ଏହା ମଜା ପାଇଁ କରିପାରନ୍ତି, କିନ୍ତୁ ଏହି ପଦକ୍ଷେପ ମୋତେ ମୂର୍ଖାମୀ ପରି ମନେ ହେଉଛି। ଏଠାରେ ସୂଚନାଯୋଗ୍ୟ, ଏଲନ ମସ୍କ ଏଭଳି ସମୟରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି, ଯେଉଁ ସମୟରେ ଆମେରିକାରେ ୨୦୨୬ ନିର୍ବାଚନକୁ ନେଇ ରାଜନୈତିକ ତାତି ବୃଦ୍ଧି ପାଉଛି ଏବଂ ରାଜନୈତିକ କଳ୍ପନା ଜଳ୍ପନା ଜୋର ଧରିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..