Report Card Odisha

| Daily Odia News

ଭୂକମ୍ପରେ ଥରିଲା ଦିଲ୍ଲୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀକୁ ଲାଗିଲା ଭୂକମ୍ପର ଝଟକା । ବଡ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ରୋହତକ । ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଲା ଦିଲ୍ଲୀ । ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଲୋକେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି ।

Breaking News