Report Card Odisha

| Daily Odia News

ଏହି ଦିନ ଆସିବ ସୁଭଦ୍ରା ଟଙ୍କା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଅର୍ଥାତ୍‌ ୧୫ ହଜାର ଟଙ୍କା ଖାତାକୁ ଆସିବ । କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ନାଁ ସରକାର କାଟିଦେବେ ।

Breaking News