Report Card Odisha

| Daily Odia News

ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ଉତ୍ତରଦ୍ୱାର ସତ୍ୟନାରାୟଣ ମନ୍ଦିର ନିକଟରେ ଅଟୋଚାଳକଙ୍କୁ ହାଣୀ ରକ୍ତାକ୍ତ କଲେ ଦୃର୍ବୁତ୍ତ। ସିଂହଦାର ପୋଲିସ ପହଞ୍ଚି ଚାଳକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି। ସୂଚନା ମୁତବକ ଆଜି ଦିନ ୮ଟା ସମୟରେ ନିଜ କାର୍ଯ୍ୟ ପାଇଁ ଘରୁ ବାହାରି ଯାଉଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିର ନିକଟରେ କିଛି ଦୃର୍ବୁତ୍ତ ପହଞ୍ଚି ତାଙ୍କୁ ଅଟକାଇ କିଛି ମାରଣାସ୍ତ୍ରରେ ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୋପାଡି ଚାଲିଯାଇଥିଲେ। ଖବର ପାଇ ସିଂହଦ୍ୱାର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ଆହତଙ୍କ ନାମ ରଘୁନାଥ ରାଉତ। ସେ ମିଳିତ ଅଟୋ ମହାମଞ୍ଚର କୋଷାଧ୍ୟକ୍ଷ ଥିଲେ। ଦୃର୍ବୁତ୍ତମାନେ କିଛିଦିନ ତଳେ ରଘୁନାଥଙ୍କୁ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। କିନ୍ତୁ ରଘୁନାଥ ଏହାକୁ କର୍ଣପାତ କରିନଥିଲେ ଫଳରେ ରଘୁନାଥଙ୍କୁ ଏହି ଆକ୍ରମଣର ଶିକାର ହେବାକୁ ପଡିଛି। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ କେତେ ସୁରକ୍ଷିତ ଏବେ ପୁରୀ ଓ ଶ୍ରୀମନ୍ଦିର । ନିକଟରେ ଏଭଳି ଘଟଣା ଘଟିଥିବାରୁ କେତେ ସୁରକ୍ଷିତ ଭକ୍ତ। ତେବେ କୁଆଡେ ଗଲା AI କ୍ୟାମେରା ଓ କୁଆଡେ ଗଲା ଶ୍ରୀମନ୍ଦିର ସୁରକ୍ଷାବଳ। ଘଟଣାଠି ସିଂହଦାର ଥାନାର ମାତ୍ର ୫୦ ମିଟର ଦୂରରେ ଘଟିଥିବା ଯୋଗୁ ଏବେ ସିଂହଦାର ପୋଲିସର ଭୂମିକାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ନୂଆ ସରକାରଙ୍କ ସମୟରେ ଏଭଳି ଘଟଣା ବର୍ତ୍ତମାନ ରାଜ୍ୟ ସରକାରଳ ଆଇନ ବିପର୍ଯ୍ୟସ୍ଥ ଅବସ୍ଥାକୁ ସାମ୍ନାକୁ ଆଣୁଛି।

Breaking News