ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହଙ୍ଗା ପଡିଛି ପୋଲିସକୁ ମାଡମାରିବା | ଉତ୍ତରା ଫାଣ୍ଡିର ଜଣେ ଭାରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ପିପିଲି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ମାଟିଆପଡ଼ା ଗ୍ରାମର ସିକୁ ମଲ୍ଲିକ। କୋର୍ଟରେ ଜାମିନ ନମଂଜୁର ହେବାରୁ ତାକୁ ନିମାପଡ଼ା ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ନଂ ୧୨୯/୨୧ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଆକ୍ରମଣର ଶିକାର ହୋଇଥିବା ପୋଲିସ ଅଧିକାରୀ ରାତି ପ୍ରାୟ ସାଢ଼େ ୯ଟାରେ ବିଲିପଡ଼ା ଅଞ୍ଚଳରୁ ଏକ ମାମଲାର ତଦନ୍ତ କରି ଫେରୁଥିବା ବେଳେ ଗୁଡ଼ିଆପୋଖରୀ ଛକ ନିକଟରେ ରାସ୍ତା ଜାମ୍ ହୋଇଥିବା ଦେଖିଥିଲେ। ତେଣୁ ସେ ଗାଡ଼ିରୁ ଓହ୍ଲାଇ ଭିଡ଼ ନିୟନ୍ତ୍ରଣ କରିଥିଲେ। ରାସ୍ତା ମଝିରେ ସିକୁ ବାଇକ୍ ପାର୍କିଂ କରି ଫୋନ୍ରେ ଗପୁଥିବାରୁ ପୋଲିସ ଅଧିକାରୀ ତାକୁ ସେଠାରୁ ଚାଲିଯିବା ପାଇଁ କହିଥିଲେ। କିନ୍ତୁ ଏଥିରେ ଉତ୍କ୍ଷିପ୍ତ ହୋଇ ସିକୁ ତାଙ୍କୁ ମାଡ଼ ମାରିଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପିପିଲି ଥାନା ଅଧିକାରୀ ଫୋର୍ସ ସହ ପହଞ୍ଚି ସିକୁକୁ କାବୁ କରି ନେଇଥିଲେ।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……