ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରରେ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି।ଚଳିତ ମାସରେ ଏସଆଇଆରର ପ୍ରଥମ ଡ୍ରାଫ୍ଟ ତାଲିକା ପ୍ରକାଶିତ ହୋଇଥିଲା। ଯେଉଁଥିରେ ୬୫ ଲକ୍ଷ ଲୋକଙ୍କୁ ଅନ୍ତର୍ଭୁକ୍ତ ନ କରିବା ପ୍ରସଙ୍ଗ କୋର୍ଟରେ ଉଠାଯାଇଥିଲା। ମଙ୍ଗଳବାର ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟଙ୍କ ଖଣ୍ଡପୀଠ ଏସଆଇଆର ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ କହିଥିଲେ, ‘ ଏସଆଇଆରର ତାଲିକାରେ ୧୨ ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଯାଇଛି। ଏହା କିପରି ସମ୍ଭବ ହୋଇପାରିଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି। କପିଲ ସିବଲଙ୍କ ଏହି ଦାବିକୁ ନେଇ ସୁପ୍ରିମକୋର୍ଟ କହିଥିଲେ, ‘ଆପଣଙ୍କ ଦାବି ଅନୁଯାୟୀ ପୀଡିତମାନେ କେଉଁଠି ଅଛନ୍ତି ସେମାନଙ୍କର ତାଲିକା ଦିଅନ୍ତୁ। ଯଦି କାହାକୁ ମୃତ ଘୋଷଣା କରାଯାଇଛି ଏବଂ ସେ ଜୀବିତ ଅଛନ୍ତି, ତେବେ ଆମେ ନିର୍ବାଚନ କମିଶନଙ୍କୁ ଏ ପ୍ରସଙ୍ଗରେ ନିଶ୍ଚିୟ ନୋଟିସ କରି ଉତ୍ତର ମାଗିବୁ।’ କପିଲ ସିବଲଙ୍କ ଏ ଦାବିକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପସ୍ଥିତ ଥିବା ଓକିଲ ରାଭେଶ ଦ୍ୱିବେଦୀ କହିଥିଲେ, ‘ଏତେ ବିସ୍ତୃତ ପ୍ରକ୍ରିୟାରେ ଛୋଟଛୋଟ ଭୁଲ ହୋଇଯାଇଥାଏ। ଯାହାକୁ ଚୂଡ଼ାନ୍ତ ତାଲିକା ସଂଶୋଧନ କରି ଦିଆଯିବ।’






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..