ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନରଙ୍କ ଉପରେ ଭୋଟ ଚୋରିର ଲଗାତାର ଅଭିଯୋଗ କରୁଛନ୍ତି । ନିର୍ବାଚନ କମିଶନର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲ ଯେଉଁ ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ଦିନ ମଧ୍ୟରେ ଦେବେ, ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରିବା ସହ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ ବୋଲି କୁହାଯାଇଛି ।ଏବେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାର ସଂସଦ ଭବନରେ ଇଣ୍ଡି ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ସୂତ୍ର ଅନୁସାରେ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ବୈଠକରେ ସର୍ବସମ୍ମତି ହୋଇଛି । ଏହା ବ୍ୟତୀତ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଭୋଟ ଚୋରି ବିରୋଧରେ ପ୍ରତିବାଦ ଜାରି ରହିବ ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……