ରିପୋର୍ଟ କାର୍ଡ / ଭୁବନେଶ୍ବର
ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର। ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ଏକ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା। ସୂଚନାଯୋଗ୍ୟ, ୨୦୨୫-୨୬ ଶିକ୍ଷା ବର୍ଷ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ୪୧ ଲକ୍ଷ ୩୧ହଜାର ୨୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସମଗ୍ର ଶିକ୍ଷା ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା ଅନୁସାରେ ରାଜ୍ୟ ସରକାର ୨୪୭୮୬.୧୪୪୦୦ ଟଙ୍କା ମଞ୍ଜୁର କରିଛନ୍ତି।






More Stories
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..
କାଳବୈଶାଖୀ ସମ୍ଭାବନା…..