ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ। ପାସ୍ ହେଲା ପରେ ସେ ଉପରସ୍ତ ଶ୍ରେଣୀକୁ ଯିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ବିଗତ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପାସ୍ ଫେଲ୍ ନଥିଲା। ଫଳରେ ପିଲା କଣ ଶିଖିଲେ ତାହା ଜଣା ପଡୁ ନଥିଲା। ମାତ୍ର ଏବେ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ପାସ୍ ଫେଲ୍ ଲାଗୁପରେ ପିଲାର ଷ୍ଟାଣ୍ଡାର୍ଡ ଜଣାପଡିବ । ଏହା ସହିତ ଶିକ୍ଷକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ଅପିଲ୍ କରିଛନ୍ତି ଯେ, ସେମାନେ ପାଠପଢାରେ ଅବହେଳା କରନ୍ତୁ ନାହିଁ। ପିଲା ଯେପରି ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସରକାର ଏସବୁ ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।






More Stories
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ପୋଲିସ ହାତରେ ଡିଜିଟାଲ ପ୍ରମାଣ…..