ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ବଡ ଅପଟେଡ ସାମ୍ନାକୁ ଆସିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ଶିଖର ସମ୍ମିଳନୀର ସମ୍ଭାବନା ଶେଷ ହେଉଥିବାରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତିର ଆଶା ମଉଳି ଯାଇଛି । ପ୍ରକୃତରେ ରୁଷ ଏବେ ସ୍ପଷ୍ଟ କରିଦେଇଛି ଯେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବା ସହ ଜଡିତ ଯେକୌଣସି ଆଲୋଚନାରେ ଏହାର ଅଂଶଗ୍ରହଣ ବାଧ୍ୟତାମୂଳକ ହେବ ନାହିଁ, ନିକଟ ଭବିଷ୍ୟତରେ ଜେଲେନ୍ସକଙ୍କ ସହ ଶିଖର ସମ୍ମିଳନୀର କୌଣସି ସମ୍ଭାବନା ନାହିଁ ।ଏଠାରେ କହି ରଖୁଛୁ ଯେ କ୍ରେମଲିନ୍ ପକ୍ଷରୁ ଏହି ବିବୃତ୍ତି ଏପରି ସମୟରେ ଦିଆଯାଇଛି ଯେତେବେଳେ କି ୟୁକ୍ରେନର ସୁରକ୍ଷା ବିଷୟରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚାଲିଛି ଏବଂ ଏଥିପାଇଁ ଜୋରଦାର ଦାବି ହେଉଛି । ଏହି ସମୟରେ ରୁଷ ଏହା ମଧ୍ୟ ସୂଚିତ କରିଛି ଯେ ନିକଟ ଭବିଷ୍ୟତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ କୌଣସି ପ୍ରକାରର ଆଲୋଚନା କିମ୍ବା ଶିଖର ସମ୍ମିଳନୀ ଅସବମ୍ଭ । କାରଣ ୟୁକ୍ରେନ ଏବଂ ଏହାର ପଶ୍ଚିମା ସହଯୋଗୀମାନେ ପୂର୍ବରୁ କହି ସାରିଛନ୍ତି ଯେ ସେମାନେ ରୁଷକୁ ବିଶ୍ୱାସ କରିବେ ନାହିଁ ଏବଂ ୟୁରୋପର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିବେ ।






More Stories
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..