ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ସୁରକ୍ଷାରେ ବଡ ତ୍ରୁଟି ଦେଖାଦେଇଛି । ଜଣେ ଅଜଣା ବ୍ୟକ୍ତି ପାଚେରୀ ଡେଇଁ ସଂସଦ ଭବନରେ ପ୍ରବେଶ କରି ଗରୁଡ ଫାଟକରେ ପହଞ୍ଚିଥିଲେ । ଘଟଣାଟି ସକାଳ ପ୍ରାୟ ସାଢେ ୬ଟା ସମୟରେ ଘଟିଥିଲା ଏବଂ ସେ ରେଳ ଭବନ ପାଶ୍ୱର୍ରୁ ଏକ ଗଛ ଚଢି କାନ୍ଥ ଡେଇଁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ମାନେ ତୁରନ୍ତ ସେହି ବ୍ୟକ୍ତିଙ୍କୁ କାବୁ କରିଥିଲେ ।ତେବେ ସଂପୃକ୍ତ ବ୍ୟକ୍ତି ଜଣଙ୍କ କାହିଁକି ସଂସଦ ଭବନରେ ପ୍ରବେଶ କରିଥିଲେ ସେ ବିଷୟରେ ଜଣାପଡିନାହିଁ । ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ସହ ତାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି । ଗୁରୁବାର ମୌସୁମୀ ଅଧିବେଶନ ଶେଷ ହେବା ପରେ ଶୁକ୍ରବାର ସକାଳୁ ଏଭଳି ଘଟଣା ଘଟିଛି ।






More Stories
ରଥଯାତ୍ରାକୁ ଛୋଟଛୁଆ ବୃଦ୍ଧ ଓ ରୋଗୀ ନଆସିବାକୁ ଅପିଲ୍…..
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..