ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପପତିମାନେ ଯୋଗଦେଇ ପୂର୍ବ ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଥିବା ଆହ୍ବାନ ଉପରେ ବିଚାର ବିମର୍ଷ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବା ପାଇଁ ସ୍ଥିର ହୋଇଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ ଏବଂ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଯୋଗଦେବେ। ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିମାନ ଚଳାଚଳ ପ୍ରତିନିଧିମଣ୍ଡଳୀ, ଏଏଆଇ, ଡିଜିସିଏ, ବିସିଏଏସ୍, ମନ୍ତ୍ରଣାଳୟ ଅଧିକାରୀ ଯୋଗଦେଇ ବିମାନବନ୍ଦର ଏବଂ ହେଲିପୋର୍ଟ ବିକାଶ, ଉଡ଼ାନ ଯୋଜନା ଏବଂ ଆଞ୍ଚଳିକ ସଂଯୋଗୀକରଣ, ବିମାନ ଚଳାଚଳରେ ଦକ୍ଷତା ବିକାଶ, ଡ୍ରୋନ୍ ପରିଚାଳନା ଏବଂ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……