Report Card Odisha

| Daily Odia News

ଶାସକ-ବିରୋଧୀ ମୁହାଁମୁହିଁ, ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦିନ ତମାମ ଚାଲି ପାରିଲାନି ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଓ କାଲି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଅସ୍ୱାଭାବିକ ସ୍ଥିତି। ମୁହାଁମୁହିଁ ହେଲେ ଶାସକ-ବିରୋଧୀ। ଶାସକ ବିଜେଡି ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ପାଣିଗ୍ରାହୀଙ୍କଠୁ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଥିବା ବେଳେ ବିରୋଧୀ ପଞ୍ଜୀକୃତ ସମସ୍ତ ଚାଷୀଙ୍କଠୁ ସରକାର ଧାନ କିଣିବାକୁ ଜିଦ୍ ଧରିବାରୁ ବିଧାନସଭା ଅଚଳ ରହିଥିଲା। ଶ୍ନକାଳ ଆରମ୍ଭ ହେବା କ୍ଷଣି ଗୃହରେ ସୃଷ୍ଟି ହୋଇଥିଲା ଝଡ। ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଧ୍ୟଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଚାଲିଥିବା ବେଳେ ଏପଟେ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କ୍ଷମା ମାଗିବାକୁ ଦାବି କରି ବିଜେଡି ସଦସ୍ୟ ବି ଜୋରଦାର ପ୍ରତିବାଦ କରିଥିଲେ। ଏପରିକି ଶାସକ ଦଳର ସଦସ୍ୟମାନେ ପ୍ରଥମେ ନିଜ ସ୍ଥାନରେ ଛିଡ଼ା ହୋଇ ପ୍ରତିବାଦ କରିବା ପରେ ଗୃହର ମଧ୍ୟ ଭାଗକୁ ବି ଚାଲିଯାଇ ହୋହଲ୍ଲା କରିଥିଲେ। ଫଳରେ ଦୁଇଟି ପ୍ରସଙ୍ଗକୁ ନେଇ ତିନି ଦଳର ସଦସ୍ୟଙ୍କ ହଙ୍ଗାମାରୁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଅପରାହ୍ନରେ ମଧ୍ୟ ସ୍ଥିତି ସମାନ ରହିବାରୁ ଶେଷରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

Breaking News