ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ତିଆରି ସାସଗ୍ରୀଗୁଡ଼ିକର ପ୍ରଚାରପ୍ରସାର କରାଇବା ସହ ଜିଏସ୍ଟି ହ୍ରାସ ଉପରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଏନ୍ଡିଏ ଏମ୍ପିମାନେ ନିଜ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସ୍ବଦେଶୀ ମେଳା ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସୋମବାର ଅନୁଷ୍ଠିତ ଏନ୍ଡିଏ ଏମ୍ପିମାନଙ୍କ ବୈଠକରେ ଉଦ୍ବୋଧନ ଦେବା ଅବସରରେ ସ୍ବଦେଶୀ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ରେ ପୂର୍ବରୁ ଥିବା ୧୨ ଏବଂ ୨୮ ପ୍ରତିଶତ ସ୍ଲାବ୍କୁ ହଟାଇଦେଇ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ ରଖିଛନ୍ତି। ଆସନ୍ତା ୨୨ରୁ ଏହା ଲାଗୁ ହେବାକୁ ଯାଉଛି। ଜିଏସ୍ଟି ହ୍ରାସ ନାଗରିକଙ୍କ ଟିକସ ବୋଝ କମାଇବା ସହ ଆର୍ଥତ୍କ ଅଭିବୃଦ୍ଧି ବଢ଼ାଇବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ସେଥିପାଇଁ ସ୍ଥାନୀୟ ବ୍ୟବସାୟୀମାନଙ୍କ ସହ ୨୦ରୁ ୩୦ ସମ୍ମିଳନୀ ଆୟୋଜନ କରି ସେମାନଙ୍କୁ ଟିକସ ବ୍ୟବସ୍ଥା ସରଳୀକରଣର ଫାଇଦା ସମ୍ପର୍କରେ ଅବଗତ କରାଇବାକୁ ପ୍ରଧାନମନ୍ତ୍ରୀ ଏମ୍ପିମାନଙ୍କୁ କହିଛନ୍ତି। ନବରାତ୍ରୀ ଓ ଦୀପାବଳି ମଧ୍ୟରେ ସ୍ବଦେଶୀ ମେଳା ଆୟୋଜନ କରି ଲୋକମାନଙ୍କୁ ଭାରତରେ ପ୍ରସ୍ତୁତ ସାମଗ୍ରୀ କିଣିବା ଦିଗରେ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..