ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଦୁଃଖବନ୍ଧୁ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ରୂପେ ବଦଳି କରାଯାଇଥିବାବେଳେ ବିଡିଏ ଉପାୟୁକ୍ତ ପରେଶ କୁମାର ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଏବଂ ଯୁଧିଷ୍ଠିର ମେହେରଙ୍କୁ କେନ୍ଦୁଝର(ଆନନ୍ଦପୁର) ଅତିରିକ୍ତ ଉପଜିଲାପାଳ ଭାବେ ବଦଳି କରାଯାଇଛି। ସମ୍ପୃକ୍ତ ଅଧିକାରୀମାନଙ୍କୁ ଚଳିତମାସ ୧୦ ତାରିଖ ସୁଦ୍ଧା ନୂତନ ବଦଳି ସ୍ଥାନରେ ଯୋଗଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଅନ୍ୟପକ୍ଷେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର ସଂଗ୍ରାମ ଶେଖର ପଣ୍ଡାଙ୍କୁ ବରଗଡ଼ (ପଦ୍ମପୁର) ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଥିଲା। ତେବେ ଅନ୍ୟାଦେଶ ଜାରି ପର୍ଯ୍ୟନ୍ତ ଏହି ବଦଳି ଅର୍ଡରକୁ ସ୍ଥଗିତ ରଖାଯାଇଛି
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..