ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ହିଂସା ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟମାନଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ନେପାଳ ନ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ପ୍ରତି ନେପାଳରେ ଫସିଥିବା ଭାରତୀୟ ନାଗରିକମାନେ ରାସ୍ତାକୁ ନ ବାହାରିବା ସହ ସତର୍କତା ଅବଲମ୍ବନ କରିବାକୁ ଆଡ୍ଭାଇଜରିରେ କୁହାଯାଇଛି। ସ୍ଥାନୀୟ ନେପାଳୀ ଅଧିକାରୀ ଓ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ନିର୍ଦ୍ଦେଶକୁ ପାଳନ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସହାୟତାର ଆବଶ୍ୟକ ହେଲେ ନେପାଳରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପ୍ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଜରୁରୀ ସ୍ଥିତିରେ +୯୭୭ – ୯୮୦ ୮୬୦ ୨୮୮୧ ଏବଂ +୯୭୭ – ୯୮୧ ୦୩୨ ୬୧୩୪ ନମ୍ବରକୁ କଲ୍ କରିବା ପାଇଁ ନେପାଳରେ ଥିବା ଭାରତୀୟମାନଙ୍କୁ ଆଡ୍ଭାଇଜରିରେ ପରାମର୍ଶ ଦିଆଯାଇଛି। ନେପାଳର ସ୍ଥିତି ଉପରେ ଭାରତର କଡ଼ା ନଜର ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..