ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ଆସନ୍ତା ୧୬ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ୭ଟି କାର୍ଯ୍ୟଦିବସ ଥିବା ବେଳେ, ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗରେ ଅଧିବେଶନକୁ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିବେ ବାଚସ୍ପତି। ଦେଢ଼ବର୍ଷର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇବ ମୁଖ୍ୟ ବିରୋଧୀ ବିଜେଡି। ବିଶେଷକରି ଚାଷୀ ସମସ୍ୟା ରାଜ୍ୟରେ ଉତ୍କଟ ରୂପ ନେଇଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ପଚାରିବ ପ୍ରଶ୍ନ। ସାର କଳାବାଜାରୀ ଓ ଚାଷୀଙ୍କୁ ୟୁରିଆ ସାର ନମିଳିବା, ଧାନ ପଞ୍ଜିକରଣ ଠିକ ସେ ନହେବା ଯୋଗୁଁ ସାରା ରାଜ୍ୟରେ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଜବାବ ମାଗିବ ବିଜେଡି। କଂଗ୍ରେସ ମଧ୍ୟ ଅଧିବେଶନର ପ୍ରଥମ ଦିନରୁ ସରକାରଙ୍କୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଏନଏସି ଘୋଷଣାରେ ପାତରଅନ୍ତର ଭଳି ଅନେକ ପ୍ରସଙ୍ଗକୁ ଗୃହରେ ଉଠାଇବ। ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ସରକାର ବିଫଳ ହୋଇଥିବାରୁ ଦଳ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆରମ୍ଭ କରିଛି ସଜବାଜ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..