ରିପୋର୍ଟ କାର୍ଡ / ନୟାଗଡ଼
ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ ଭିଜିଲାନ୍ସ ଜାଲ ପଡିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବ୍ଲକ ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କଠାରୁ ଶ୍ରମିକ କାର୍ଡ କରିବା ପାଇଁ ଜିଲା ଶ୍ରମ ଅଧିକାରୀ ରାଉତ ଶୁକ୍ରବାର ଲାଞ୍ଚ ନେଉଥିଲେ। ସେତିକିବେଳେ ସେ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏ ୨୨ଟି ଶ୍ରମ କାର୍ଡ ପାଇଁ ଶ୍ରମ ଅଧିକାରୀ ରାଉତ ୬ ହଜାର ୬୦୦ ଟଙ୍କା ଦାବି କରିଥିବା ଜଣାପଡିଛି।






More Stories
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..