Report Card Odisha

| Daily Odia News

ମୁହଁ ଖୋଲିଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଘଟିଥିବା ନାବାଳିକା ଗଣବଳାତ୍କାର ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜଧାନୀଠାରୁ ମାତ୍ର ୫୦ କି.ମି ଦୂରରେ ଏପରି ଲୋମହର୍ଷଣକାରୀ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସାରା ରାଜ୍ୟରେ ନାରୀଙ୍କ ପ୍ରତି ଏପରି ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟି ଚାଲିଛି। ବିଜେପି ନେତାମାନେ ଘଟଣାକୁ ନେଇ ନାଟକୀୟ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ଅପରାଧୀ ସ୍ପଷ୍ଟ ଦିବାଲୋକରେ ଅପରାଧ ଘଟାଇ ଚାଲିଛନ୍ତି। ଗୋପାଳପୁର, ବାଲେଶ୍ବର, ବଳଙ୍ଗା ଏବଂ ଏହିପରି ଜୀବନ ହାରିଥିବା ଅନେକ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇଁ ଆଜି ବି ଅପେକ୍ଷା କରି ରହିଛନ୍ତି। ପ୍ରତି ଥର ଆମକୁ ସେହି ଲୋକଙ୍କ ସରକାର, କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ, କାହାକୁ ଛଡ଼ାଯିବ ନାହିଁ ଭଳି ଘୋଷା ଯାଇଥିବା ଚିରାଚରିତ କଥା ଶୁଣିବାକୁ ପଡ଼ୁଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହିଳା ସଶକ୍ତୀକରଣ ଦୂରେ ‌ଥାଉ, ଆମ ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରି ମନରେ ବିଶ୍ବାସ ସୃଷ୍ଟି କରିବାରେ ଓଡ଼ିଶାର ବିଜେପି ପ୍ରଶାସନ ଦୟନୀୟ ଭାବେ ବିଫଳ ହୋଇଛି। ଯଦି ରାଜ୍ୟର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଏପରି ନାରକୀୟ କାଣ୍ଡ ଘଟେ, ତାହେଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଛବି ମଳିନ ହେବ। ବିଜେପି ସରକାର ଶୀଘ୍ର କଠୋର ପଦକ୍ଷେପ ଗ୍ରହଣ କଲେ, ଓଡ଼ିଶାର ମହିଳାମାନେ ନିଜକୁ ସୁରକ୍ଷିତ ମଣିବେ ବୋଲି ସେ କ୍ଷୋଭର ସହ କହିଛନ୍ତି।

Breaking News