ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର । ଗାଡ଼ିରେ ମନଇଛା ଉଚ୍ଚତା, ଦୈର୍ଘ୍ୟ, ପ୍ରସ୍ଥ ବୃଦ୍ଧି ହୋଇପାରିବ ନାହିଁ । ମୋଟର ଯାନ ଆଇନ ଅନୁଯାୟୀ ଆରସି, ଫିଟନେସ ବାତିଲ ହେବ । ଏଥିସହ ଜରିମାନା ବି ଲାଗିବ। ଅନେକ ସମୟରେ ଡିଜେ ଯୋଗୁଁ ଅଘଟଣ ଘଟିଥାଏ । କେଉଁଠି ବିଦ୍ୟୁତ ତାର ଲାଗି ଜୀବନ ଯାଉଥିବା ବେଳେ ଆଉ କେଉଁଠି ଡିଜେ ଶବ୍ଦ କାଳ ହେଉଛି । ତେଣୁ ଏହି ସବୁ ଅଘଟଣକୁ ଏଡ଼ାଇବାକୁ ଏବେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..