ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେଘାଳୟରେ ରାଜନୀତି ଉଷ୍ଣ ହେବାରେ ଲାଗିଛି । ରାଜ୍ୟରେ ଚାଲିଥିବା ବିଜେପି ମେଣ୍ଟ ସରକାରର ୧୨ରୁ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ଦେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଏନପିପି, ୟୁଡିପି, ଏଚଏସପିଡିପି ଓ ବିଜେପି ଦଳର । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଲେ ଏନିପିପିର ଅମ୍ପାରିନ ଲିଙ୍ଗଦୋହ, କମିଙ୍ଗିନ ୟମ୍ବୋନ, ରକ୍କମ ଏ. ସଙ୍ଗମା ଏବଂ ଅବୁ ତାହିର ମଣ୍ଡଳ, ୟୁଡିପିରୁ ପର୍ଲ ଲିଙ୍ଗଦୋହ ଏବଂ କିରମେନ ଶାୟଲା, ଏଚଏସପିଡିପିରୁ ଶକଲିୟାର ବାରିଜିର ଏବଂ ବିଜେପିର ଏ.ଏଲ. ହେକ । ମେଘାଳୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହେବା ପାଇଁ ଏମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟର ସରକାର ଚାଲିଛି । ଯାହାର ନେତୃତ୍ବ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା କରୁଛନ୍ତି । ଏହି ସରକାରରେ ଏକାଧିକ ଦଳ ସାମିଲ ଅଛନ୍ତି । ଏହି ସରକାର ମେଘାଳୟ ଡେମୋକ୍ରେଟିକ ଏଲାୟନ୍ସ ନାମକ ମେଣ୍ଟ ଉପରେ ଆଧାରିତ । ୨୦୨୩ ବିଧାନସଭା ନିର୍ବାଚନ ପରେ ଏହି ମେଣ୍ଟ ହୋିଥିଲା । ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ମୋଟ ୧୨ ଜଣ ମନ୍ତ୍ରୀ ରହିପାରିବେ । ଏମାନଙ୍କ ମଧ୍ୟରୁ ୮ ଜଣ ଇସ୍ତଫା ଦେଇ ଦେଇଛନ୍ତି ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..