ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଆଉ ଏକ ଖୁଲାସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀର ଇନ୍ଦିରା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକରେ ୬୦୧୮ ଭୋଟ ଡିଲିଟ୍ କରିବାକୁ ଚେଷ୍ଟା କରାଯାଇଥିଲା । ରାହୁଲ କହିଛନ୍ତି ଯେ ମୁଁ ଦୃଢ ପ୍ରମାଣ ସହିତ କହୁଛି । ପ୍ରମାଣ ସହିତ କଥା ଉପସ୍ଥାପନ କରିବି । ଆମର ସମ୍ବିଧାନକୁ ରକ୍ଷା କରିବି । କର୍ଣ୍ଣାଟକର ଅଲନ୍ଦାରେ ଭୋଟରଙ୍କ ନାମରେ ୬.୦୧୮ଟି ଆବେଦନ ଦାଖଲ କରାଯାଇଥିଲା । ଯେଉଁମାନେ ଏହି ଆବେଦନ ଦାଖଲ କରିଥିଲେ ସେମାନେ ପ୍ରକୃତରେ କେବେ ଫାଇଲ କରିନଥିଲେ । ଏହି ଆବେଦନଗୁଡିକ ସଫ୍ଟୱେର୍ ବ୍ୟବହାର କରି ସ୍ୱୟଂଚାଳିତ ଭାବରେ ଦାଖଲ କରାଯାଇଥିଲା । କଂଗ୍ରେସ ଭୋଟର ମାନଙ୍କୁ ଟାର୍ଗେଟ କରି ଅଲନ୍ଦାରେ ନମ୍ବର ଡିଲିଟ୍ କରିବା ପାଇଁ କର୍ଣ୍ଣାଟକ ବାହାରେ ବିଭିନ୍ନ ରାଜ୍ୟର ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଥିଲା । ଅଗଷ୍ଟ ୭ରେ ରାହୁଲ ଅଭିଯୋଗ କରିଥିଲେ ଯେ ଅନେକ ରାଜ୍ୟରେ ଭୋଟ ଚୋରି ହୋଇଛି । ବିହାରରେ ଏକ ଭୋଟର ଅଧିକାର ଯାତ୍ରା କରିଥିଲେ ରାହୁଲ ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..